Bande utkal janami Sang by All Odisha people Order from CM Odisha.

Please wait while loading ! Made your link safe to visit.


*କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି :‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରା
ଜ୍ୟ ସଙ୍ଗୀତର ମାନ୍ୟତା ।*

*(ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ "ବନ୍ଦେ ଉତ୍କଳ ଜନନୀ")*

 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରଚନା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଲା। ଏ ନେଇ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କ୍ୟାବିନେଟ୍ ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ‘ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ ଏବଂ କାନ୍ତକବିଙ୍କର ଏହି କାଳଜୟୀ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବନାରେ ରହିଛି। ଏହି ସଙ୍ଗୀତ ଗାନ ଲାଗି ସ୍ବର,ଶୈଳୀ ଓ ଅବଧି ନିର୍ଦ୍ଧାରଣ ଲାଗି ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି। *ଏହାକୁ ପ୍ରତିଟି ଶିକ୍ଷାନୁଷ୍ଠାନରେ ଗାନ କରାଯିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଥିବା ନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏହାକୁ ପାଠ୍ୟକ୍ରମଭୁକ୍ତ କରାଯିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।* ସଙ୍ଗୀତ ଗାନର ଆରମ୍ଭରୁ ଶେଷ ସମସ୍ତଙ୍କୁ ଛିଡ଼ା ହେବାକୁ କୁହାଯାଇଛି। ସରକାରୀ କାର୍ଯ୍ୟକ୍ରମରେ ବି  ଏହାକୁ ଗାନ କରିବାକୁ ନିର୍ଦେଶ ଦିଆଯାଇଛି।

**********************************************

Comments Here

Post a Comment

Article Top Ads

Central Ads Article 1

Middle Ad Article 2

Article Bottom Ads