A sort Story of our nation builder of Odisha Pradesh

Please wait while loading ! Made your link safe to visit.


ବନ୍ଧୁଗଣ, ଆମର ପ୍ରିୟ ଶିକ୍ଷକ ଭାଇ ଶ୍ରୀ ସୁଧାର୍ଥ ଶଙ୍କର ପାଢ଼ୀ ଆଉ ନାହାନ୍ତି। ସେ କୋରୋନା ଆକ୍ରାନ୍ତ ରେ ଜୀବନ ହରାଇଛନ୍ତି। କେ ରାଇସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ଟି ଟି ପଲ୍ଲୀ ବିଦ୍ୟାଳୟରେ କୋଭିଡ୍-୧୯ duty ରେ କାର୍ଯ୍ୟରତ ଥିଲେ। ତାଙ୍କୁ ୬-୭ ଦିନ ହେବ ଜ୍ଵର ଥଣ୍ଡା ହୋଇଥିଲା। ସେ ବାରମ୍ବାର ଉପର ଅଧିକାରୀଙ୍କୁ ଅନୁରୋଧ କରିବା ସତ୍ତ୍ଵେ ତାଙ୍କ କଥା କୌଣସି ଅଧିକାରୀ ଶୁଣି ନଥିଲେ। ଆଜି ଭୀଷଣ ଅସୁସ୍ଥତା ତଥା ନିଶ୍ବାସ ନେବାରେ ଅସୁବିଧା ସତ୍ତ୍ଵେ ବାରମ୍ବାର ଅନୁରୋଧ ସତ୍ତ୍ଵେ ବହୁ ବିଳମ୍ବରେ ତାଙ୍କୁ ଘରୁ କୋଭିଡ୍ ହସ୍ପିଟାଲ୍ ଅଭିମୁଖେ ନିଆଯାଉଥିଲା। କିନ୍ତୁ ରାସ୍ତା ରେ ତାଙ୍କର ପ୍ରାଣ ଚାଲିଯାଇଥିଲା। ସମସ୍ତଙ୍କୁ ପୁଣି ନିବେଦନ ଏହି କୋଭିଡ୍-୧୯ duty ରୁ ସମସ୍ତେ ନିବୃତ୍ତ ରହିବେ। ସମସ୍ତେ ଏକଜୁଟ ହୁଅନ୍ତୁ। ଆମ ହକ୍ ଏବଂ ଆମ ଜୀବନ ପାଇଁ ଆମେ ଲଢ଼ିବା। ଯେତେଦିନ ପର୍ଯ୍ୟନ୍ତ ଆମର ସୁରକ୍ଷା ଏବଂ ବୀମା ଭୁକ୍ତ କରାଯାଇନାହିଁ ସେତେଦିନ ପର୍ଯ୍ୟନ୍ତ ଆମେ ଏହି ଦାୟିତ୍ଵ ରୁ ନିବୃତ୍ତ ରହିବା। ଆବଶ୍ୟକ ସ୍ଥଳେ ସମସ୍ତେ ଏକଜୁଟ ହୋଇ ସଂଗ୍ରାମ କରିବା। ସ୍ବର୍ଗତ ଶ୍ରୀ ପାଢୀଙ୍କର ସମସ୍ତ ପ୍ରାପ୍ୟ ସରକାରଙ୍କ ଠାରେ ଆମର ଦାବି। ସଭାପତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ, ଆସିକା

Comments Here

Post a Comment

Article Top Ads

Central Ads Article 1

Middle Ad Article 2

Article Bottom Ads